Rupeli Nai Dhaara

Rupeli Nai Dhaara Lyrics

Rupeli Nai Dhaare  by Nibedita, Soham, Purna Khuntia

Song  ·  110,838 Plays  ·  5:22  ·  Odia

© 2016 RDC Media Pvt. Ltd

Rupeli Nai Dhaara Lyrics

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ
ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ

ପଚାରିଲି ତାକୁ କହଲୋ ରୂପସୀ
କାହା କଥା ଭାବୁ ନଈ ତୁଠେ ବସି
ଘୋଟିଗଲା କି ମେଘ ତା ଗୋରା ମୁହେଁ

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ

କହ ସୁକୁମାରୀ ଚାହିଁଚୁ କାହାକୁ?
କିଏ କଲା ଚୁନା ତୋ ସୁନା ମନକୁ?
କହ ସୁକୁମାରୀ ଚାହିଁଚୁ କାହାକୁ?
କିଏ କଲା ଚୁନା ତୋ ସୁନା ମନକୁ?

କଥାରେ ଛନ୍ଦି ଦେଇ, ହାଏ ଗଲା ମୋ ପରଦେଶୀ
ଭରସା କରି ତାକୁ ମୁଁ ଝୁରୁଛି ଦିନରାତି
ଚିଠି ନା ପତର, କଥା ନା ଖବର
ବଡ଼ ବେଦରଦୀ ପରଦେଶୀ ମୋର
ତଥାପି ଏ ମନ ତାକୁ ଝୁରିହୁଏ

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ
ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ

ପକ୍ଷୀ ଫେରିଆସେ, ଫେରେ ଦିନରାତି
କହରେ ବାଟୋଇ କାହିଁ ମୋର ସାଥୀ
ପକ୍ଷୀ ଫେରିଆସେ, ଫେରେ ଦିନରାତି
କହରେ ବାଟୋଇ କାହିଁ ମୋର ସାଥୀ

ଆଲୋ ମୋ ସୁନୟନା, କରନା ମନ ଉଣା
ପ୍ରେମିକ ମହୁ ମାଛି ତୋ ପୀରତି ମହୁ ଫେଣା
ତୋ ମନର ଡୋରି ଆଣିବ ଲୋ ଟାଣି
ସାଜିବୁ ତୁ ଦିନେ ତା ମନର ରାଣୀ
ସବାରିରେ ଯିବୁ ସାଜି ବୋହୂ ଟିଏ

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ

Writer(s): Nizam, Purna Khuntia<br>Lyrics powered by www.musixmatch.com


More from Rupeli Nai Dhaare

Loading

You Might Like

Loading


5m 22s  ·  Odia

© 2016 RDC Media Pvt. Ltd

FAQs for Rupeli Nai Dhaara