
Mana Ra Ae Desha Re Lyrics
Mana Ra Ae Desha Re by Humane Sagar, Aseema Panda
Song · 746,654 Plays · 4:41 · Odia
Mana Ra Ae Desha Re Lyrics
ରାତିର ବୟସ ବଢ଼ିଗଲା ପରେ
ମନେ ପଡୁଛୁ ତୁ କାଇଁ?
ଆଖିକୁ ନିଦଟା ଅଚିହ୍ନା ବାରେ ରେ
ଚାହିଁଲେବି ଶୋଇ ପାରେ ନାହିଁ
କାଚର ମନକୁ ନେଲୁ ଧିରେ-ଧିରେ
କେମିତି ତୁ କହ ଆପଣେଇ
ସକାଳ ଛୁଆଁର ତୋତ
କୁହୁଡ଼ିର ଧୂଆଁ ପାରି ହେଇ
ଯୋଉ ପର୍ବ ପାଳେ ତୋ ପାଇଁ
କୋଉ ପାଞ୍ଜିରେ ସେ ଲେଖା ନାହିଁ
କାଣିଚାଏ ପ୍ରେମ ତୋର ଦୌଲତ ମୋ ପାଇଁ
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
ଗଢ଼ିଲୁ ଏମିତି ସଉଧ, ଚାରିପାଖେ ଭାସେ ବଉଦ
ତୋ ଆଗମନେ ବେହାଲ ପବନ
ତୋଲୁଛି ନିଆରା ଛନ୍ଦ
ହଁ, ଛାତି ରେ ତୋ ପ୍ରେମ ବାରୁଦ
ଭୂଇଁରେ ପଡୁନି ମୋ ପାଦ
ମୁଁ ଉଡେ ବୋଲି ଫଗୁଣ ଦ୍ୱୀପରେ
କୋଇଲି କରୁଛି ବାଦ
ସମ୍ଭାବନା ର ଏ ଆଲୁଅକୁ
ଜାଳିଦେଲୁ କହ କେମିତି ତୁ?
ଚାଲିରେ ତୁ ମୋ ସାଥିରେ
ଥକିବାର ଭୟ ନାହିଁ
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
ନିସା-ନିସା-ଗାମାସା-ନିସା-ନିସା-ସା
ନିସା-ନିସା-ଗାମାସା-ନିସା-ନିସା-ସା
ପାମା-ଗାମା-ନିସା-ମଧାପା-ଗାମା-ରେସା
ନିସା-ନିସା-ଗାମାସା-ନିସା-ନିସା-ସା
ପାମା-ଗାମା-ନିସା-ମଧାପା-ଗାମା-ରେସା (ଆ)
ନିରି-ସାସା-ନିରି-ସାସା-ପାମା-ଗାମା-ସା (ଆ)
ଧିମେଇ ଯାଇଛି ମୋ ଗତି, ତୋତେ ପଲକରେ ସାଇତି
ତୋ ଖୁସିରେ ମୁଁ ଖୁସି ହେଲାପରେ, ମିଳିଲା ଆହା କି ଶାନ୍ତି
ହୋ, ତୋ ପାଇଁ ମନରେ ଆବେଗ
ମିଠା ଲାଗେ ଏଇ ସଂଯୋଗ
ତୁ ମୋତେ ଟିକେ ଛୁଇଁଛୁ କି ନାହିଁ
ବଦଳି ଗଲାରେ ପାଦ
ଗୁଣୁ-ଗୁଣୁ ହୋଇ ଓଠ ଠାରେ
ତୋ ନାଁ ନେଇ ଗୀତଟିଏ
ତୋ ବିନା ଆଉ କେହି ଆସିବାର ବୋଧେ ନାହିଁ
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
ମନର ଏ ଦେଶରେ ହୁକୁମ ତୋ ଚାଲେରେ
ନିଜେ ନିଜ ଇଚ୍ଛାରେ ପାରେନି ରହି
Writer(s): Asad Nizam<br>Lyrics powered by www.musixmatch.com
More from Mana Ra Ae Desha Re
Loading
You Might Like
Loading
4m 41s · Odia