Dheere Dheere Reprise

Dheere Dheere Reprise Lyrics

Swayam Padhi Birthday Special  by Swayam Pravash Padhi, Arpita Choudhury

Song  ·  498,067 Plays  ·  4:52  ·  Odia

© 2022 Amara Muzik

Dheere Dheere Reprise Lyrics

ଧୀରେ ଧୀରେ, ଧୀରେ ଗୁଣୁଗୁଣୁ ହୁଏ
କାହା ପାଇଁ ମୁଁ ଏତେ?
ଯେବେଠୁ ଆସିଛ ମୋ ଜୀବନରେ
ସରଗର ପରୀ ତୁମେ

ଧୀରେ ଧୀରେ, ଧୀରେ ଗୁଣୁଗୁଣୁ ହୁଏ
କାହା ପାଇଁ ମୁଁ ଏତେ?
ଯେବେଠୁ ଆସିଛ ମୋ ଜୀବନରେ
ସରଗର ପରୀ ତୁମେ

ଦିନ ସରିଯାଏ, ରାତି ପାହିଯାଏ
ଜାଣେନାହିଁ ମୁଁ କେବେ
ଯେବେଠୁ ଆସିଛ ମୋ ଜୀବନରେ
ସପନର ସାଥି ତୁମେ

ଗୁଞ୍ଜି ଉଠେ ପ୍ରତିଧ୍ୱନିରେ ପାହାଡ଼, ବନ-ଲତା
ଡ଼ାକେ ଯେବେ ଥରକୁ ଥର ତୁମକୁ ପ୍ରିୟତମା
ଉଙ୍କିମାରେ ଚିକିମିକି ହେଇ ଆକାଶରେ ତାରା
ଆସେ ଯେବେ ଶୂନ୍ୟ ଆକାଶେ ଛପି ଛପି ଚନ୍ଦ୍ରମା

ସ୍ୱପ୍ନ ସତ ଲାଗେ, ମନେ ମନେ କହେ
ଭଲପାଏ ମୁଁ କେତେ
ଯେବେଠୁ ଆସିଛ ମୋ ଜୀବନରେ
ଚାନ୍ଦିନୀର ରାତି ତୁମେ

ଆଙ୍କୁଥାଏ ବେଳାଭୂମିରେ ତୁମ ପ୍ରତିବିମ୍ବ
ସାଗର ଆସି ଛୁଇଁଯାଏ ତୁମକୁ ଯେତେଥର
ଝୁଣ୍ଟୁଥାଏ ଦିନ ଆଲୋକରେ ଦେଖି ହସେ ସୁରୁଜ
ଚାଲେ ଯେବେ ଆଖି ବୁଜି ତୁମ ଆଖିରେ ମୁଁ ବାଟ

ଭୋକ ହଜିଯାଏ, ଶୋଷ ମରିଯାଏ
ସବୁ ଭୁଲି ମୁଁ ଯାଏ
ଯେବେଠୁ ଆସିଛ ମୋ ଜୀବନରେ
ପ୍ରେମ ରଙ୍ଗ ନେଇ ତୁମେ (ହଁ)

Writer(s): Somesh Sathpathy<br>Lyrics powered by www.musixmatch.com


More from Swayam Padhi Birthday Special

Loading

You Might Like

Loading


4m 52s  ·  Odia

© 2022 Amara Muzik

FAQs for Dheere Dheere Reprise