Avisaara

Avisaara Lyrics

Avisaara  by Binay Rath, Biraj Rath, Akankshya Kumari

Song  ·  6,348 Plays  ·  5:51  ·  Odia

© 2022 United Misfits

Avisaara Lyrics

କାହ୍ନା ରହେ କୋଳାହଲେ
ରାଧାର ରଜନୀ ଜଳେ
କେତେ ଗୋପନ ଅଭିସାରେ
ଚରଚାରେ ନାୟକର ଚମକ
ନୀରବ କୋହକୁ କିଏ ପଚାରେ!!

କାହ୍ନୁ ବଂଶୀର ମଧୁ ମୂର୍ଚ୍ଛନା
ଗୁଞ୍ଜରେ ଗୋପ ପୁରେ
ନିଷେଧ ଧ୍ୱନି ରାଧା ବେଦନାରେ
ଲାଗେ ପ୍ରତାରଣା କେତେ ପ୍ରିତିମୟ
ଯଦି ଈଶ୍ବର କରେ
ମାନବୀୟ ଲୁହ ମୁଲ ଖୋଜେ
ସହଜ ନୁହେଁ ଈଶ୍ବର
ପ୍ରୀତି ବିରହର ଜନକ ସେ
ଆଚରେ ଉଭୟ ମରତ ପରେ

ପ୍ରେମର ପରିଭାଷାରେ
ପାପ ପୁଣ୍ୟର ପରିଧି ପରେ
ପୂର୍ଣ୍ଣତା ପାଏ କାହ୍ନା
କେବଳ ରାଧାର ତ୍ୟାଗରେ
ଯମୁନାର ଜଳ ସାକ୍ଷୀ
ଶୁଖିଚି କେତେ କାହ୍ନା ଆଖି
ହାରିଛି ଈଶ୍ୱର କରି ଅମର ମାନବ ପ୍ରୀତି
ସହଜ ନୁହେଁ ଈଶ୍ବର
ପ୍ରୀତି ବିରହର ଜନକ ସେ
ଆଚରେ ଉଭୟ ମରତ ପରେ

Writer(s): Binay Rath, Biraj Rath<br>Lyrics powered by www.musixmatch.com


More from Avisaara

Loading

You Might Like

Loading


5m 51s  ·  Odia

© 2022 United Misfits

FAQs for Avisaara