Tu Gala Pare Dhire Dhire

Tu Gala Pare Dhire Dhire Lyrics

Tapu Mishra Special  by Tapu Mishra

Song  ·  195,927 Plays  ·  5:00  ·  Odia

© 2017 Amara Muzik

Tu Gala Pare Dhire Dhire Lyrics

ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧରେ ଅବୁଝା ମୋ ଲୁହ ଝରେ
ଆରେ ଆ′ ତୁ ଫେରି, ଗଲିଣିରେ ନିଜ ପାଖେ ହାରି
ଛପି-ଛପି ପଛୁ ଆସି ଧରିନେରେ ମୋ ଆଖି ଧୀରେ
ରାଣ ଦେଲି ତତେ ମୋ ନାଆରେ

ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧରେ ଅବୁଝା ମୋ ଲୁହ ଝରେ

ତୋ ରଙ୍ଗେ ଦେଲି ବୋଳି ସପନର ସବୁ ଡ଼େଣା
ତଥାପି କାହିଁକି ମୁଁ ବେରଙ୍ଗ ତୋ ବିନା?
ଦୁଷ୍ଟ ସେକଥା ତୋର ଶୁଭେ ଖାଲି ମୋ କାନେ
ଛଡେଇନେଲା ତୋତେ ସମୟ ଭାରି ଜଣେ
ଆ' ତୁ ସ୍ବପ୍ନ ହେଇ, ଚୋରି-ଚୋରି ଯା′ତୁ ନିଦ ହେଇ
ଫୁଲପରି ଯିବି ଝଡ଼ି, ଟିକେ ଖାଲି ଛୁଇଁଦେରେ
ରାଣ ଦେଲି ତତେ ମୋ ନାଆରେ

ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧରେ ଅବୁଝା ମୋ ଲୁହ ଝରେ

ତୋ ପାଇଁ ଗଲି ଡେଇଁ ଏ ମନର ସବୁ ସୀମା
ତଥାପି କାହିଁକି ମୁଁ ପାଉନି ତତେ ଜମା?
ଅଧୁରା ରହିଗଲା ହୃଦୟର ମିଠା ଗପ
କାହାକୁ କହିବି ମୁଁ? କହିଲେବା କି ଲାଭ
ଆଖି ଆଗେ ଖୁସି ହେଲେ କାଇଁ ପାରୁନିରେ ହସି?
ଲାଗେ ଭାରି ଏକା-ଏକା, ତୋ ସାଥିରେ ନେଇଯାରେ
ରାଣ ଦେଲି ତତେ ମୋ ନାଆରେ

ତୁ ଗଲା ପରେ ଧିରେ-ଧିରେ ତୋ ସ୍ମୃତି ଫେରେ
ଲୁଚି ଲୁଚେଇ ଆଖି ଧରେ ଅବୁଝା ମୋ ଲୁହ ଝରେ
ଆରେ ଆ' ତୁ ଫେରି, ଗଲିଣିରେ ନିଜ ପାଖେ ହାରି
ଛପି-ଛପି ପଛୁ ଆସି ଧରିନେରେ ମୋ ଆଖି ଧୀରେ
ରାଣ ଦେଲି ତତେ ମୋ ନାଆରେ

Writer(s): Goodly Rath<br>Lyrics powered by www.musixmatch.com


More from Tapu Mishra Special

Loading

You Might Like

Loading


5m   ·  Odia

© 2017 Amara Muzik

FAQs for Tu Gala Pare Dhire Dhire