Sheetalo Aji Jaluchi Lyrics
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ହାଁ, ଏଇ ଚିତା ଥିଲା କାଲି ତୋ ପାଦ ଅଳତା
ସେ ଅଳତା ପାଇଁ ନୀତି ଜାଳୁଥିଲୁ ସଳିତା
ଜଳେ ଲୋ, ଜଳି ପାଉଁଶ ହୁଏ ସେ ସଳିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ହୋ, ସିନ୍ଥିର ସିନ୍ଦୁର ତୋର ହେଲା ଆଜି ଅଙ୍ଗାର
ହୋ, ଜିଇଁବାକୁ ହେବ ତତେ ପିଇ-ପିଇ ଜହର
ହୋ, ବାହୁନି-ବାହୁନି କାନ୍ଦେ, ହାଏ
ବାହୁନି-ବାହୁନି କାନ୍ଦେ ତୋ କୋଳେ ମମତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ହୋ, ଆଉ କେ କରିବ ଥଟ୍ଟା ତତେ କହି ଉଦଣ୍ଡୀ?
ହୋ, ବାଟ ଭାଙ୍ଗି ଚାଲିଗଲା ଅଧାବାଟେ ସେ ଭଣ୍ଡି
ହୋ, ମନ୍ଦିର ପଡ଼ିଛି ଖାଲି, ହାଏ
ମନ୍ଦିର ପଡ଼ିଛି ଖାଲି, ନାହିଁ ତୋ ଦେବତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ହାଁ, ଏଇ ଚିତା ଥିଲା କାଲି ତୋ ପାଦ ଅଳତା
ସେ ଅଳତା ପାଇଁ ନୀତି ଜାଳୁଥିଲୁ ସଳିତା
ଜଳେ ଲୋ, ଜଳି ପାଉଁଶ ହୁଏ ସେ ସଳିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ, ଆଜି ଜଳୁଛି ଯାହାର ଚିତା ଲୋ
Lyrics powered by www.musixmatch.com
More from Puni Thare-6
Loading
You Might Like
Loading
4m 33s · Odia